ଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

କଂଗ୍ରେସର ପ୍ରସ୍ଥାବକୁ ଅଗ୍ରାହ୍ୟ କଲେ ପ୍ରଶାନ୍ତ କିଶୋର

ରଣଦୀପ ସୁରଜେଓ୍ବାଲା ଟ୍ବିଟ୍‌ କରି ଦେଲେ ଏହି ସୂଚନା

ନୂଆଦିଲ୍ଲୀ  : କଂଗ୍ରେସକୁ କଲେ ନାଁ । ଗତ କିଛିଦିନ ହେଲା ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ଜୋର୍ ଧରିଥିଲା ତାହାର ଅନ୍ତ ଘଟିଛି ।  ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ବାଲା । ଏନେଇ ମଙ୍ଗଳବାର ଦିନ ଟ୍ବିଟ୍‌ କରି ସ୍ପଷ୍ଟୀକରଣ ରଖିଛନ୍ତି ସରଜେଓ୍ବାଲା ।

ଗ୍ରଶାନ୍ତ କିଶୋରଙ୍କୁ କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜ ପାର୍ଟିରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲା ବେଳେ ସେ ଏହି ପ୍ରସ୍ଥାବକୁ ଅଗ୍ରାହ୍ୟ କରିଛନ୍ତି ।

ରଣଦୀପ ସୁରଜେଓ୍ବାଲା ଟ୍ବିଟ୍‌ କରି କହିଛନ୍ତିଯେ , ଦୀର୍ଘଦିନ ଧରି କଂଗ୍ରେସ ସହ ଆଲୋଚନା ପରେ ଦଳରେ ସାମିଲ ହେବା ପାଇଁ ପ୍ରଶାନ୍ତ କିଶୋରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ୨୦୨୪ ନିର୍ବାଚନରେ ଦଳ ଏକ ଆକ୍ସନ୍‌ ଟିମ୍‌ ଗଠନ କରାଯାଇ ଥାଆନ୍ତା । ଏଥିରେ ପ୍ରଶାନ୍ତ କିଶୋରଙ୍କୁ ଗୁରୁ ଦାୟିତ୍ବ ମିଳିଥାନ୍ତା । କିନ୍ତୁ ସେ ଦଳରେ ସାମିଲ ହେବାକୁ ମନା କରିଦେଇଛନ୍ତି । ଆମେ ତାଙ୍କ ନିଷ୍ପତ୍ତିକୁ ପ୍ରଶଂସା କରୁଛୁ ବୋଲି କହିଛନ୍ତି ସୁରଜେଓ୍ବାଲା ।

Show More

Related Articles

Back to top button