୧୫ରୁ ୨୦ ପିଲା ଆସି ମୋ ଘର ଆଗରେ ହୋହଲ୍ଲା କରିଥିଲେ: ପ୍ରତାପ

ଭୁବନେଶ୍ୱର- ଘର ଆଗରେ ହୋହଲ୍ଲା ନେଇ ମୁହଁ ଖୋଲିଲେ ବିଜେଡି ନେତା ପ୍ରତାପ ଜେନା । ୧୫ରୁ ୨୦ ପିଲା ଆସି ମୋ ଘର ଆଗରେ ହୋହଲ୍ଲା କରିଥିଲେ ବୋଲି କହିଛନ୍ତି ପ୍ରତାପ ଜେନା । ମୁଁ ମାହାଙ୍ଗାରେ ଥିବା ସମୟରେ ଘର ଆଗରେ ହୋହଲ୍ଲା ସହ ଗାଳିଗୁଲଜ କରିଥିଲେ । ସିକ୍ୟୁରିଟି ଗାର୍ଡକୁ ବାଡ଼େଇବା ସହ ତା ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । କେଉଁମାନେ କ୍ୟାମ୍ପସ୍ ଭିତରକୁ ଆସିଥିଲେ, ଭିଡିଓରେ ସେ ସବୁ ରହିଛି । ଯେଉଁମାନେ ସସ୍ପେଣ୍ଡ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଥିଲେ ।
ବିଜେଡିରୁ ନିଲମ୍ୱିତ ଯୁବ ଓ ଛାତ୍ର ବିଜେଡି ନେତା କଲେ ହୋହଲ୍ଲା । ପ୍ରତାପ ଜେନାଙ୍କ ଘର ଆଗରେ ବାଣ ଫୁଟାଇବା ସହ ମିଠା ଖାଇଲେ । ବିରୋଧ କରିବାରୁ ପ୍ରତାପଙ୍କ ଘରେ ଥିବା ଲୋକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସୁରକ୍ଷା ଲୋଡ଼ିଲେ ପ୍ରତାପ ଜେନା । କମିଶନରେଟ୍ ପୋଲିସ୍ ଓ ଡିଜିପିଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସ୍ପେଣ୍ଡ ହୋଇଛନ୍ତି ୧୦ ଛାତ୍ର ଓ ଯୁବ ନେତା ।


