Breaking PLUSଦେଶମୁଖ୍ୟ ଖବର
ସରିଲା ପ୍ରୟାଗରାଜ ମହାକୁମ୍ଭ

ପ୍ରୟାଗରାଜ- ସରିଲା ପ୍ରୟାଗରାଜ ମହାକୁମ୍ଭ । ମହାଶିବରାତ୍ରିରେ ଶେଷ ହୋଇଛି ମହାକୁମ୍ଭ । ଅନ୍ତିମ ଅମୃତ ସ୍ନାନ ସହ ମହାକୁମ୍ଭର ମଧ୍ୟ ସରିଛି ।
ଶେଷ ଦିନରେ ସଙ୍ଗମ ସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଶିବରାତ୍ରି ଥିବାରୁ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ଗତକାଲି ବୁଡ଼ ପକାଇଛନ୍ତି । ତେବେ ୪୫ ଦିନରେ ୬୬ କୋଟିରୁ ଅଧିକ ବୁଡ ପକାଇଥିବା ସୂଚନା। ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ମହାକୁମ୍ଭ । ଦେଢ଼ମାସ ପରେ ଶେଷ ହୋଇଛି ମେଳା। ଆସ୍ଥା ଓ ବିଶ୍ୱାସର ପ୍ରତୀକ ମହାକୁମ୍ଭରେ ୬୬ କୋଟି ଲୋକ ସଙ୍ଗମରେ ବୁଡ଼ ପକାଇ ସାରିଛନ୍ତି ।