Breaking PLUSଓଡ଼ିଶାମୁଖ୍ୟ ଖବର

14 ଯାଏ ପ୍ରୟାଗରାଜ ଷ୍ଟେସନ ବନ୍ଦ

ପ୍ରୟାଗରାଜ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାକୁ ଶ୍ରଦ୍ଧାଳୁଙ୍କ ଆଗମନ ବଢିବାରେ ଲାଗିଛି। ମେଳାକୁ ଶ୍ରଦ୍ଧାଳୁମାନେ ଟ୍ରେନ ଓ ବିମାନ ବ୍ୟତୀତ ସଡକ ପଥରେ ବହୁ ସଂଖ୍ୟାରେ ଆସୁଛନ୍ତି। ଫଳରେ ମେଳାକୁ ସଂଯୋଗ କରୁଥିବା ରାସ୍ତାଗୁଡିକରେ ଦୀର୍ଘ ଦୂର ପର୍ଯ୍ୟନ୍ତ ଟ୍ରାଫିକ ଭିଡ ଦେଖାଯାଇଛି। ଟ୍ରାଫିକ୍ ଭିଡ ଯୋଗୁଁ ଶ୍ରଦ୍ଧାଳୁମାନେ ବହୁ ସମୟ ଧରି ରାସ୍ତାରେ ଅଟକି ରହିଛନ୍ତି। ଏପରିକି ଅନେକ ଶ୍ରଦ୍ଧାଳୁ ଖାଦ୍ୟ ପାନୀୟ ବିନା ଦୟନୀୟ ସ୍ଥିତିରେ ରାସ୍ତାରେ ଅଟକି ରହିଛନ୍ତି। ବୁଧବାର ମାଘ ପୂର୍ଣ୍ଣିମାରେ ପବିତ୍ର ସ୍ନାନ ଲାଗି ଶ୍ରଦ୍ଧାଳୁଙ୍କ ଆଗମନ ବଢିଛି। କୁମ୍ଭମେଳାରେ ଟ୍ରାଫିକ ଭିଡ ଦେଖାଯିବା ପରେ ପ୍ରୟାଗରାଜ ସଙ୍ଗମ ରେଳ ଷ୍ଟେସନକୁ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ମହାକୁମ୍ଭ ପାଇଁ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନଗୁଡିକ ଆଉ ସଙ୍ଗମ ଷ୍ଟେସନରେ ଅଟକିବ ନାହିଁ।

Show More

Related Articles

Back to top button