Breaking PLUSଦେଶମୁଖ୍ୟ ଖବର
ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ଼ ଯୋଗୁଁ ସଙ୍ଗମ ଷ୍ଟେସନ ବନ୍ଦ

ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ଼ ଯୋଗୁଁ ସଙ୍ଗମ ଷ୍ଟେସନ ବନ୍ଦ ରହିଛି । ଗତକାଲିଠୁ ଷ୍ଟେସନ ବନ୍ଦ କରିଛି ଉତ୍ତର ପ୍ରଦେଶ ସରକାର । ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।
ସଙ୍ଗମରେ ବୁଡ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସଙ୍ଗମ ଷ୍ଟେସନ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି ।