ରାଜ୍ୟରେ କରୋନା ଗ୍ରାଫରେ କ୍ରମଶଃ ହ୍ରାସ ପାଇବା ପରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଖୋଲିଛି । ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ପାଠପଢା ମଧ୍ୟ ଆରମ୍ବ କରିଛନ୍ତି । । ତେବେ ଯୁକ୍ତ ଦୁଇ ପରୀକ୍ଷା ବାତିଲ୍ ଦାବି ଜୋର ଧରିଥିବାବେଳେ , ଅଫଲାଇନ ପରୀକ୍ଷା କରିବା ନେଇ ସ୍ପଷ୍ଟ କରିଛି ସିବିଏସଇ ବୋର୍ଡ ।
ତେବେ ସିବିଏସଇ ପକ୍ଷରୁ ଘୋଷଣା କରାଯାଇଛିଯେ , ଏପ୍ରିଲ ୨୬ରୁ ଟର୍ମ-୨ ବୋର୍ଡ ପରୀକ୍ଷା ହେବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ତାରିଖ ଖୁବ୍ ଶୀଘ୍ର ୱେବସାଇଟ୍ ରେ ଉପଲବ୍ଧ ହେବ । ସିବିଏସଇ ବୋର୍ଡ ପ୍ରଶ୍ନ ପାର୍ଟନ ଭଳି ଟର୍ମ-୨ର ମଧ୍ୟ ପ୍ରଶ୍ନ ପାର୍ଟନ ରହିବ । ତେବେ ଅଫଲାଇନ ମୋଡରେ ଏହି ସମସ୍ତ ପରୀକ୍ଷା ହେବ ।