Breaking PLUSଓଡ଼ିଶାମୁଖ୍ୟ ଖବର

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆୟୁର୍ବେଦ ଏକ ପ୍ରାଚୀନ, ବିଶ୍ୱସ୍ତ ଏବଂ ପୂର୍ଣ୍ଣାଙ୍ଗ ଚିକିତ୍ସା ପାଇଁ ବିଜ୍ଞାନ। ଚଳିତ ଦଶନ୍ଧିରେ ଆମର ଏହି ପ୍ରାଚୀନ ଶିକ୍ଷା ପଦ୍ଧତିକୁ ଅଧିକ ଲୋକପ୍ରିୟ କରିବା ପାଇଁ ପ୍ରୟାସ କରାଯାଇଛି। ଭାରତୀୟ ଚିକିତ୍ସା ପଦ୍ଧତି ପ୍ରତି ଦେଶ ତଥା ବିଶ୍ଵ ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ସଂଗ୍ରହାଳୟ ଓ ଘରେ ମଧ୍ୟ ଅନେକ ତାଳପତ୍ର ପୋଥି ରହିଛି, ଏଥିରେ ଆୟୁର୍ବେଦ ଚିକିତ୍ସାର ଅନେକ ଅବଦାନ ରହିଛି। ଛାତ୍ରଛାତ୍ରୀ ଗବେଷଣା କରି ଏହାକୁ ଲୋକଲୋଚନକୁ ଆଣିବେ ବୋଲି ଆଶା ରହିଛି।

Show More

Related Articles

Back to top button