ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚାଇନା ସେନାକୁ ସତର୍କ କରାଇଲେ ରାଷ୍ଟ୍ରପତି ଜିନପିଙ୍ଗ

ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ପ୍ରସ୍ତୁତି ରୁହ। ଚାଇନା ରାଷ୍ଟ୍ରପତି ଦେଶର ସେନାକୁ ଏମିତି କିଛି ସତର୍କ କରାଇଛନ୍ତି। ଚାଇନାର ନିରାପତ୍ତା ପ୍ରତି ବିପଦ ଥିବା ରାଷ୍ଟ୍ରପତି ସି ଜିନପିଙ୍ଗ ଇସାରା ପାଇଛନ୍ତି। ତେଣୁ ଦେଶର ସେନା ପିଏଲଏର ଶକ୍ତି ବୃଦ୍ଧି ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ରହିବାକୁ ଜିନ ପିଙ୍ଗ ସଜାଗ କରାଇଛନ୍ତି। ନିକଟରେ ଚାଇନାର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ତୃତୀୟ ଥର ଚୟନ ହେବା ସହ ତୃତୀୟଥର ରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଛନ୍ତି। ୬୯ ବର୍ଷୀୟ ଜିନପିଙ୍ଗ ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି)ର ସାଧାରଣ ସମ୍ପାଦକ ଭାବେ ତୃତୀୟ ଥର ଭାବେ ପୁନର୍ବାର ଚୟନ ହୋଇଛନ୍ତି। ଏଥିସହ ସେ କେନ୍ଦ୍ରୀୟ ସାମରିକ ଆୟୋଗ (ସିଏମସି)ର ମଧ୍ୟ ମୁଖ୍ୟ ଭାବେ ପୁନଃନିଯୁକ୍ତ ହୋଇଛନ୍ତି। ତେଣୁ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ହାଇକମାଣ୍ଡ ଭାବେ ଜିନପିଙ୍ଗ ୫ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବେ।

ଜିନପିଙ୍ଗ ଦେଶର ୩ଟି ପ୍ରମୁଖ ଅଙ୍ଗ ତଥା ଦଳ, ରାଷ୍ଟ୍ର ଏବଂ ସେନାର ମୁଖ୍ୟ ଭାବେ ତାଙ୍କ ହାତରେ କ୍ଷମତା ଡୋରି ରହିବ। ମାଓ ସେତୁଙ୍ଗ ପରେ ଜିନପିଙ୍କ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ୧୦ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। କିନ୍ତୁ ତାଙ୍କର ପୂର୍ବ ମୁଖ୍ୟ ଗୋଟିଏ ଟର୍ମ ପରେ ଅବସର ନେଇଛନ୍ତି। ମଙ୍ଗଳବାର ଜନିପିଙ୍ଗ ଏଠାରେ ଥିବା ସିଏମସିର ମିଳିତ ଅପରେସନ୍ କମାଣ୍ଡ ସେଣ୍ଟରକୁ ଯାଞ୍ଚ କରିଛନ୍ତି। ଏହି ପରିଦର୍ଶନ ଅବସରରେ ସେ ଚୀନ ସେନାକୁ ସମ୍ବୋଧନ କରି କହିଥିଲେ ଯେ ପୃଥିବୀରେ ଏବେ ଏକ ବଡ଼ ପରିବର୍ତ୍ତନ ଆସୁଛି ।

ଏପରି ପରିବର୍ତ୍ତନ ଗୋଟିଏ ଶତାବ୍ବୀରେ ଥରେ ହୋଇଥାଏ । ଚୀନର ରାଷ୍ଟ୍ରୀୟ ସୁରକ୍ଷା ଅସ୍ଥିରତା ଓ ଅନିଶ୍ଚିତତାର ସମ୍ମୁଖୀନ ହେଉଛି । ଏହା ଫଳରେ ଚୀନ ସାମରିକ ବାହିନୀ ଆଗରେ ବଡ଼ ଆହ୍ୱାନ ଦେଖାଦେଇଛି । ଏଣୁ ଚୀନ ସେନା ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବାକୁ ସବୁ ଶକ୍ତି ଖଟାଇଦେବା ଉଚିତ ବୋଲି ସେ କହିଛନ୍ତି। ତେବେ ଚାଇନା କାହା ସହ ଯୁଦ୍ଧ କରିବ ସ୍ପଷ୍ଟ ହୋଇ ନାହିଁ । ତାଙ୍କ ଦେଶର ସୁରକ୍ଷା ପ୍ରତି କିଏ ବିପଦ ଭାବେ ଉଭା ହୋଇଛି ସେନେଇ ମଧ୍ୟ କୌଣସି ଖବର ମିଳି ନାହିଁ।

Show More

Related Articles

Back to top button