ଦେଶସ୍ୱତନ୍ତ୍ର

ଚିତାବାଘର ଶୁନ୍ୟସ୍ଥାନ ପୂରଣ କଲେ ପ୍ରଧାନମନ୍ତ୍ରୀ,ବିମାନ ଯୋଗେଁ ଭାରତରେ ପହଞ୍ଚିଲେ ୮ ଆଫ୍ରିକୀୟ ଚିତା

ଭାରତରେ ପୁଣି ଦେଖାଦେବେ ବିଲୁପ୍ତ ହୋଇ ସାରିଥିବା ଚିତା ବାଘ । ଚିତାବାଘର ଶୁନ୍ୟସ୍ଥାନ ପୂରଣ କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନ ଅବସରରେ ଭାରତକୁ ୮ଟି ଚିତାବାଘ ଉପହାର ଦେଇଛନ୍ତି । ତେଣୁ ଆଜି ସ୍ୱତନ୍ତ୍ର ବିମାନ ଯୋଗେଁ ପ୍ରଥମ ପର୍ଯ୍ୟାୟରେ ଭାରତରେ ପହଞ୍ଚିଛନ୍ତି ନାମ୍ବିଆର ୮ ଆଫ୍ରିକୀୟ ଚିତା । ଚିତାଙ୍କୁ ନେଇ ଗ୍ବାଲିୟରରେ ପହଞ୍ଚିଛି ବିମାନ । ସକାଳ ପ୍ରାୟ ୯.୨୦ ମିନିଟରେ ମଧ୍ୟପ୍ରଦେଶର କୁନୋ- ପାଲପୁର ନ୍ୟାସନାଲ ପାର୍କରେ ଚିତାଙ୍କୁ ଛଡାଯାଇଛି ।

ଆଜି ସ୍ବତନ୍ତ୍ର ବିମାନଟି ଜୟପୁରରେ ଲ୍ୟାଣ୍ଡିଂ ପରେ ହେଲିକପ୍ଟରରେ ବାଘମାନଙ୍କୁ ଜବଲପୁର ନିଆଯଆଇଥିଲା । ପରେ ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଚିତାଙ୍କୁ ନିଆଗଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯାଇ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କୁ ଛାଡ଼ିବେ ।

ତେବେ ସ୍ୱତନ୍ତ୍ର ବିମାନରେ ଆସିଥିବା ଚିତାବାଘ ମଧ୍ୟରେ ୫ଟି ମାଇ ଓ ତିନିଟି ଅଣ୍ଡିରା ଚିତା ଆସିଛନ୍ତି । ଦୁଇଟି ଅଣ୍ଡିରା ବାଘର ବୟସ ସାଢ଼େ ୫ ବର୍ଷ ଥିବା ବେଳେ ଆଉ ଜଣଙ୍କ ବୟସ ସଢେ ୪ ବର୍ଷ । ମାଇ ଚିତାଙ୍କ ମଧ୍ୟରୁ ୨ଟିର ବୟସ ୫ ବର୍ଷ, ଆଉ ଦୁଇଟିର ବୟସ ଅଢେଇରୁ ୪ ବର୍ଷ ଏବଂ ସବୁଠୁ କନିଷ୍ଠ ଚିତାର ବୟସ ଦୁଇ ବର୍ଷ ।

Show More

Related Articles

Back to top button