Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପିଏମ ମତ୍ସ୍ୟ ସମ୍ପଦା ଯୋଜନାରେ କାନପୁରରୁ 18ଜଣ ମନୋନିତ

କାନପୁର: ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ କାନପୁରରେ 18ଜଣ ହିତାଧିକାରୀଙ୍କୁ ମନୋନିତ କରାଯାଇଛି । ଏହି ଯୋଜନାର ଲାଭ ପାଇବା ପାଇଁ 61ଜଣ ହିତାଧିକାରୀ ଅନଲାଇନ ଆବେଦନ କରିଥିଲେ ।

କାନପୁର ନଗର ମତ୍ସ୍ୟ ସହାୟକ ନିର୍ଦ୍ଦେଶକ ଏନ.କେ ଅଗ୍ରୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ ପୂରା ଦେଶରେ ପ୍ରାୟ 53ଟି ଯୋଜନାରେ ଚାଲିଛି । ସରକାରଙ୍କ ପକ୍ଷରୁ କାନପୁରରେ ପ୍ରାୟ 8ଟି ଯୋଜନା ପାଇଁ ଦାବି କରାଯାଇଥିଲା । ଏହି ଆଠଟି ଯୋଜନାରେ ଘରୋଇ ଭୂମି ପୋଖରୀ ଯୋଜନାରେ ବାୟୋ ଫ୍ଲାକ ଯୋଜନା, ଡଙ୍ଗା ସବସିଡି ଯୋଜନା, ମାଛର ଚାରା ପ୍ରସ୍ତୁତି କରିବା ଯୋଜନା, ବ୍ୟବସାୟ ପାଇଁ ଯାନ ଉପଲବ୍ଧ କରିବା ଯୋଜନା, ମତ୍ସ୍ୟଜୀବୀ ଆବାସ ଯୋଜନା, ସହକାରୀ ସମିତି ଗଠନ ସମେତ ଆଠଟି ଯୋଜନାର ଲାଭ ପାଇବା ପାଇଁ ଚଳିତ ଆର୍ଥିକ ବର୍ଷରେ କାନପୁରରେ ମତ୍ସ୍ୟଜୀବୀ ସମାଜ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଏସସି ବର୍ଗରୁ ପ୍ରାୟ 61ଜଣ ଆବେଦନ କରିଥିଲେ ।

Show More

Related Articles

Back to top button