ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆଜିଠୁ ଆରମ୍ଭ ଜି-୨୦ ଶିଖର ସମ୍ମିଳନୀ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜିଠୁ ଇଣ୍ଡୋନେସିଆର ବାଲିରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ। ଏହି ସମ୍ମଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆ ଗସ୍ତ କରିଛନ୍ତି।

ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରାବାସୀ ଭାରତୀୟମାନେ ସ୍ୱାଗତ କରିଥିଲେ। ମୋଦିଙ୍କୁ ଦେଖିବା ଲାଗି ଶହ ଶହ ଭାରତୀୟ ସେଠାରେ ଏକାଠି ହୋଇଥିଲେ। ଏହି ସମ୍ମିଳନୀରେ ମୋଦି ବିଭିନ୍ନ ରାଷ୍ଟ୍ରନେତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ, ଖାଦ୍ୟ ଓ ଶକ୍ତି ନିରାପତା, ଅନ୍ତର୍ଜାତୀଆୟ ବିକାଶକୁ ପୁର୍ନଜୀବିତ କରିବା, ପରିବେଶ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ରୂପାନ୍ତର ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ।

ବାଲି ଗସ୍ତରେ ମୋଦି ୪୫ ଘଣ୍ଟା ଭିତରେ ୨୦ କାର୍ଯ୍ୟକ୍ରମରେ ସାମିଲ ହେବେ। ଭାରତ ବ୍ୟତୀତ ଆମେରିକା, ବ୍ରିଟେନ, ରୁଷ୍ , ଜର୍ମାନୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ ପ୍ରମୁଖ ଜି-୨୦ ରାଷ୍ଟ୍ରର ପ୍ରତିନିଧି ଅଛନ୍ତି।

ଆସନ୍ତା ଡିସେମ୍ବର ୧ ତାରିଖରୁ ଭାରତ ଜି-୨୦ରେ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ଏହି ସମ୍ମିଳନୀ ସ୍ୱତନ୍ତ୍ର ରହିବ ବୋଲି କୁହାଯାଉଛି । ବାଲିରେ ସମ୍ମିଳନୀ ବେଳେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୟୁଡୋଡୋ ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ହସ୍ତାନ୍ତର କରିବେ।

Show More

Related Articles

Back to top button