ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଜାତିସଂଘର ସାଧାରଣ ପରିଷଦ ବୈଠକରେ ସାମିଲ ହେବେନି ପ୍ରଧାନମନ୍ତ୍ରୀ ମୋଦି

ଜାତିସଂଘର ସାଧାରଣ ପରିଷଦ ବୈଠକରେ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେନାହିଁ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏଥିରେ ସାମିଲ ନହେବା ପଛରେ ରହିଛି ଏକ ବଡ କାରଣ। ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା ଏବଂ ୟୁରୋପୀୟ ସଂଘ ରୁଷର ତେଲ ଏବଂ ଗ୍ୟାସ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଭାରତ କିନ୍ତୁ ଏହି ପ୍ରତିବନ୍ଧକକୁ ମାନିନଥିଲା। ବରଂ ତେଲ ଓ ଗ୍ୟାସ୍‌ କିଣିବା ପାଇଁ ରୁଷ ସହ ଏହା ଚୁକ୍ତି କରିଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ଭାରତକୁ ଆମେରିକା ସମାଲୋଚନା ବି କରିଥିଲା। ଜାତିସଂଘ ବୈଠକରେ ସମାନ ପ୍ରସଙ୍ଗ ଉଠିବାକୁ ଥିବାରୁ ମୋଦି ଏହି ବୈଠକକୁ ଯାଇନାହାନ୍ତି। ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାଧାରଣତଃ ସାର୍ବଜନୀନ ପ୍ରସଙ୍ଗ ଉଠିବା କଥା। କିନ୍ତୁ ଏଥର ରୁଷ ପ୍ରସଙ୍ଗକୁ ଏଜେଣ୍ଡା କରିଛି ଆମେରିକା। ରୁଷକୁ କିଭଳି ଅଧିକ ଘେରାଯିବ ଏବଂ ଏହା ଉପରେ ଆହୁରି କଟକଣା ଲାଗୁ କରାଯିବ। ତାହାକୁ ନେଇ ଆଲୋଚନା ହେବାର ଅଛି। ତେଣୁ କିଭଳି ବୈଠକରୁ ଦୂରେଇ ମୋଦି ସ୍ପଷ୍ଟ କରିଦେବାକୁ ଚାହିଁଛନ୍ତି ଯେ ରୁଷ ବିରୋଧରେ ପାଶ୍ଚାତ୍ୟ ଏଜେଣ୍ଡାକୁ ଏହା ଗ୍ରହଣ କରିବ ନାହିଁ। ଏହି ଏଜେଣ୍ଡା ସାମ୍ନାରେ ନଇଁବ ନାହିଁ ଭାରତ। ଭାରତର ଏହି ଆଭିମୁଖ୍ୟ ଆମେରିକର ରୁଷ ଏଜେଣ୍ଡାକୁ ପ୍ରହାର ସଦୃଶ ହୋଇଛି। ଭାରତ ଓ ଚୀନ୍‌ ଏଭଳି ଦେଶ ଯେଉଁମାନେ ଆମେରିକା ଓ ୟୁରୋପର ଆର୍ଥିକ କଟକଣା ସତ୍ତ୍ୱେ ରୁଷ ସହିତ ବ୍ୟବସାୟ ଜାରି ରଖିଛନ୍ତି।ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ଓ ଆମେରିକାର କଟକଣା ଯୋଗୁ ରୁଷ ଅର୍ଥ ବ୍ୟବସ୍ଥା ଉପରେ ସାଂଘାତିକ ପ୍ରଭାବ ପଡିଛି।

 

Show More

Related Articles

Back to top button