ଓଡ଼ିଶାଦେଶମୁଖ୍ୟ ଖବର

୯୩ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୩ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଲେ । କହିଲେ ଚିତା ଫେରିବା ପରେ ଦେଶବାସୀ ବହୁତ ଖୁସି ଅଛନ୍ତି । ଚିତାଙ୍କ ନଜର ରଖିବାକୁ ଏକ ଟାକ୍ସଫୋର୍ସ ମଧ୍ୟ ଗଠନ ହୋଇଛି । ସେହିପରି ୨୮ ସେପ୍ଟେମ୍ବରରେ ପ୍ରତ୍ୟେକ ଯୁବା ଭଗତ ସିଂହଙ୍କୁ ମନେ ପକାଇବେ । ଚଣ୍ଡୀଗଡ଼ ବିମାନବନ୍ଦର ନାମ ଭଗତ ସିଂହଙ୍କ ନାଁରେ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମନ କି ବାତରେ ଓଡ଼ିଶା ଯୁବଶକ୍ତି କଥା ମଧ୍ୟ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶର ସମୁଦ୍ର କୂଳକୁ ପରିଷ୍କାର ରଖିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିବା ବେଳେ ଓଡ଼ିଶାର ଯୁବକ ସମୁଦ୍ର କୂଳ ସଫା କରିବା ଉଦାହରଣ ଦେଇଥିଲେ । ଏଥିସହ ଶିକ୍ଷାନୀତିରେ ଦିବ୍ୟାଙ୍ଗଙ୍କ ସାଇନ ଭାଷାକୁ ସ୍ଥାନ ମିଳିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସାଇନ ଭାଷା ଟ୍ରେନିଂ ଦ୍ୱାରା ଦିବ୍ୟାଙ୍ଗଙ୍କୁ ଫାଇଦା ମିଳୁଛି । ସେହିପରି ଦେଶ ପାରା ଖେଳରେ ମଧ୍ୟ ଆଗକୁ ବଢୁଥିବା ସେ କହିଛନ୍ତି । ଆସନ୍ତାକାଲିଠାରୁ ନବରାତ୍ର ଆରମ୍ଭ ହେଉଥିବା ବେଳେ ପାର୍ବଣରେ ଲୋକାଲ ଫର ଭୋକାଲ ସଙ୍କଳ୍ପ ନେବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ପୂଜାରେ ପଲିଥିନ ମୁକ୍ତ ଭାରତକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ।

Show More

Related Articles

Back to top button