Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି
ବିଶ୍ୱଶାନ୍ତି ଏବଂ ବିକାଶ ଦିଗରେ ଆଣବିକ ଶକ୍ତିର ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂଗଠନର ମହାନିର୍ଦ୍ଦେଶକଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କରିଛନ୍ତି। ସଂଗଠନର ମହାନିର୍ଦ୍ଦେଶକ ମାରିଆନୋ ଗ୍ରସିଙ୍କ ସହ ଭାରତ ଏବଂ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂଗଠନ ମଧ୍ୟରେ ସହଭାଗିତା ବୃଦ୍ଧି ନେଇ ଏହି ଆଲୋଚନା ହୋଇଛି। ପରେ ପ୍ରଧାନମନ୍ତ୍ରୀ ସାମଜିକ ଗଣମାଧ୍ୟମରେ କହିଛନ୍ତି, ଆଗାମୀ ଦିନରେ ବିଭିନ୍ନ ପ୍ରକାର ପ୍ରଦୂଷଣ ହ୍ରାସ ନିମନ୍ତେ ଭାରତରେ ଆଣବିକ ଶକ୍ତିର ବ୍ୟବହାର ନେଇ ଆଲୋଚନା ହୋଇଛି।
ଆଲୋଚନା ସମୟରେ ଆଣବିକ ଶକ୍ତିର ବ୍ୟବହାର ବିଶ୍ୱଶାନ୍ତି ଏବଂ ବିକାଶ ଦିଗରେ କରିବା ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂଗଠନର ମହାନିର୍ଦ୍ଦେଶକ ଆଣବିକ ଶକ୍ତିର ସୁ-ବ୍ୟବହାର ପାଇଁ ଭାରତର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହାଛଡ଼ା ଭାରତରେ ଆଣବିକ ବିଜ୍ଞାନ ଓ ଜ୍ଞାନକୌଶଳର ବିକାଶ ବିଷୟ ଉଲ୍ଲେଖ କରି ସେ ସାମାଜିକ ବିକାଶ ନିମନ୍ତେ ଏହାର ବ୍ୟବହାର ଉପରେ ଭାରତର ଭୂମିକାକୁ ପ୍ରଶଂସା କରିଛନ୍ତି।