
ଡେସ୍କ: ଆଜି ଆନ୍ତର୍ଜାତିକ ଦୁଗ୍ଧ ମହାସଂଘ ବିଶ୍ୱ ଦୁଗ୍ଧ ସମ୍ମିଳନୀ – ୨୦୨୨ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗ୍ରେଟର୍ ନୋଇଡ଼ାର ‘ଭାରତ ଏକ୍ସପୋ ସେଣ୍ଟ ଆଣ୍ଡ୍ ମାର୍ଟ ଠାରେ ଏହା ଆୟୋଜିତ ହେବ। ଏହି ସମ୍ମିଳନୀ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀରେ ୫୦ଟି ଦେଶରୁ ଦୁଗ୍ଧ ଚାଷୀ ଏବଂ ଏହାସହ ଜଡିତ ବିଭିନ୍ନ ସଂସ୍ଥା, ଯୋଜନା ପ୍ରସ୍ତୁତକାରୀ ଆଦି ପ୍ରାୟ ୧୫ ଶହ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ‘ପୁଷ୍ଟିକର ଖାଦ୍ୟ ଏବଂ ଜୀବିକା ପାଇଁ ଦୁଗ୍ଧଜାତ ଦ୍ରବ୍ୟ। ଏହି ଶିଖର ସମ୍ମିଳନୀ ୧୯୭୪ ମସିହାରେ ଭାରତରେ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗତ ୮ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନରେ ଶତକଡ଼ା ୪୪ ଭାଗ ବୃଦ୍ଧି ଘଟିଛି। ଏହି ସମ୍ମିଳନୀ ଭାରତୀୟ ଦୁଗ୍ଧଚାଷୀଙ୍କୁ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ସହାୟକ ହେବ।