Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଜୁଲାଇ ୧୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଓଘର ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଜୁଲାଇ ରେ ଦେଓଘର ଏବଂ ପାଟନା ଗସ୍ତ କରିବେ । ଅପରାହ୍ନ ପ୍ରାୟ ଗୋଟାଏ ୧୫ରେ ପ୍ରଧାନମନ୍ତ୍ରୀ ଦେଓଘରରେ ୧୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ପରେ ଅପରାହ୍ନ ପ୍ରାୟ ୨ ଟା ୪୦ ରେ ସେ ବାର ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ବାବା ବୈଦ୍ୟନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ସଂଧ୍ୟା ପ୍ରାୟ ୬ ଟା ସମୟରେ ପ୍ରଧାନମନ୍ତ୍ରୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ। ପାଟନାରେ ବିହାର ବିଧାନସଭାର ୧୦୦ ବର୍ଷ ପୂର୍ତ୍ତି ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ଶତାବ୍ଦୀ ସ୍ମୃତି ସ୍ତମ୍ଭକୁ ସେ ଉଦ୍ଘାଟନ କରିବେ। ଶ୍ରୀ ମୋଦୀ ବିଧାନସଭା ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Show More

Related Articles

Back to top button