ଦେଶସ୍ୱତନ୍ତ୍ର

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ନୂଆ ମନ୍ତ୍ର ‘ଜୟ ଅନୁସନ୍ଧାନ’

ଆଜି ପୂରା ଦେଶ ପାଳୁଛି ସ୍ୱାଧୀନତାର ୭୬ତମ ସ୍ୱାଧୀନ ଦିବସ । ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରିବା ସହ ନୂଆ ନାରା ଦେଇଛନ୍ତି । ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ । ଏହାପରେ ଦେଶର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ସୂଚନା ଅନୁଯାୟୀ , ‘ଲାଲ ବାହାଦୂର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ର ସ୍ଲୋଗାନକୁ ଆମେ ସବୁବେଳେ ମନେ ରଖିଥାଉ। ପରେ ଅଟଳ ବିହାରୀ ବାଜପେୟୀ ଏହି ସ୍ଲୋଗାନରେ ‘ଜୟ ବିଜ୍ଞାନ’ ଯୋଡିଥିଲେ। ବର୍ତ୍ତମାନ ଆଉ ଗୋଟିଏ ଜିନିଷ ଯୋଡାଯିବା ଆବଶ୍ୟକ- ‘ଜୟ ଅନୁସନ୍ଧାନ’।’

ଏଥିସହ ଦୁର୍ନୀତିକୁ ନେଇ ମଧ୍ୟ ବଡ କଥା କହିଛନ୍ତି ମୋଦି। ଦେଶରୁ ଦୁର୍ନୀତି ହଟିବା ଜରୁରୀ। ଦୁର୍ନୀତି ଏକ ବଡ ଆବର୍ଜନା। ଦୁର୍ନୀତି ବିରୋଧରେ ଲଢେଇ କରିବା ଆମ ପାଇଁ ଜରୁରୀ। ଯିଏ ଲୁଟିଛି ସେମାନଙ୍କୁ ଦେଶରୁ ଫେରାଇବାକୁ ପଡିବ। ବ୍ୟାଙ୍କ ଲୁଟିଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ ହେଉଛି । କିଛି ଲୋକଙ୍କ ପାଖରେ ଟଙ୍କା ରଖିବାକୁ ଜାଗା ନାହିଁ। ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଉଦାର ମନୋଭାବ ଦେଖାଯିବନି। ଦୁର୍ନୀତି ଏକ ଆବର୍ଜନା, ହଟାଇବା ଜରୁରୀ

ଦୁର୍ନୀତି କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପାଇଁ ଆମକୁ ଏକ ସମାଜ ଭାବରେ ଏକାଠି ହେବାକୁ ପଡିବ। ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ଦେବାର ମାନସିକତା ନ ଥିଲେ, ରାଷ୍ଟ୍ର ସର୍ବୋଚ୍ଚ ଗତିରେ ଅଗ୍ରଗତି କରିପାରିବ ନାହିଁ।

 

Show More

Related Articles

Back to top button