Breaking PLUSଓଡ଼ିଶାମୁଖ୍ୟ ଖବର
ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିଲେ ପ୍ରଯୋଜକ

ଭୁବନେଶ୍ବର: କାର୍ଯ୍ୟରତ ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ(ଟୁଟୁ) ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇବା ପରେ ଖାରବେଳ ନଗର ଥାନାରେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଏତଲା ପରେ ଖାରବେଳ ଥାନା ପୁଲିସ ତନାଘନା ଆରମ୍ଭ କରିଛି। ଘଟଣାସ୍ଥଳକୁ ଯାଇ ସିସିଟିଭି ଆଧାରରେ ଖାରବେଳ ଥାନା ପୁଲିସ ତଦନ୍ତ ଜାରି ରଖିଛି।