ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପିଏମ କେୟାର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି ଭାବେ ନିଯୁକ୍ତି ହେଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା

ନୂଆଦିଲ୍ଲୀ: ପିଏମ କେୟାର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି ଭାବେ ନିଯୁକ୍ତ ହୋଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା। ଏହି ଟ୍ରଷ୍ଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେ ଟି ଥୋମାସ୍, ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡାଙ୍କ ମନୋନିତ ହୋଇଥିବା ବେଳେ ସେଥିରେ ଏବେ ଟାଟା ସନ୍ସ ଚେୟାରମ୍ୟାନ୍ ରତନ ଟାଟାଙ୍କୁ ସାମିଲ କରାଯାଇଛି। ଏ ସମ୍ପର୍କରେ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଛି। ପିଏମ କେୟାର୍ସ ଫଣ୍ଡର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରତନ ଟାଟାଙ୍କୁ ସ୍ୱାଗତ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହେଉଛନ୍ତି ପିଏମ କେୟାର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପିଏମ କେୟାର୍ସ ବୋର୍ଡ଼ ବୈଠକ ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ନିଜେ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ।

Show More

Related Articles

Back to top button