Breaking PLUSଓଡ଼ିଶାମୁଖ୍ୟ ଖବର
ବାଚସ୍ପତିଙ୍କୁ ଅସମ୍ମାନ କରିବା ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର- ବିଧାନସଭାରେ ପୋଡ଼ିୟମ୍ ଉପରକୁ ଚଢି ବାଚସ୍ପତିଙ୍କୁ ଅସମ୍ମାନ କରିବା ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଶନିବାର ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବିରୋଧୀଙ୍କ ବିରୋଧରେ ଗୃହରେ ନିନ୍ଦା ପ୍ରସ୍ତାବ ଆଗତ କରିବା ପରେ ବାଚସ୍ପତିଙ୍କ ଅନୁମୋଦନକ୍ରମେ ଏହା ପାରିତ ହୋଇଛି।
ଶୁକ୍ରବାର ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦୁଇ ବିଜେଡି ବିଧାୟକ ସୋରର ମାଧବ ଧଡ଼ା ଓ ଦେବଗଡ଼ର ରୋମାଞ୍ଚ ବିଶ୍ବାଳ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ।