Breaking PLUSଓଡ଼ିଶାମୁଖ୍ୟ ଖବର

ଅଦିନିଆ ରଥଯାତ୍ରାକୁ ନେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା

ଅଦିନିଆ ରଥଯାତ୍ରାକୁ ନେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରିବେ ରାଜ୍ୟ ସରକାର। ଆମେ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ ହେବାକୁ ଦେବୁ ନାହିଁ। ଶ୍ରୀ ଜଗନ୍ନାଥଙ୍କର ସ୍ଵତନ୍ତ୍ର ନୀତିକାନ୍ତି ଓ ପରମ୍ପରା ରହିଛି । ମାତ୍ର ବିଶ୍ଵର ଭିନ୍ନ ଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଜଗନ୍ନାଥ ପ୍ରେମୀଙ୍କୁ ବାଧୁଚି, ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଯେଉଁଭଳି ଭାବରେ ସ୍ନାନଯାତ୍ରାକୁ ଇସ୍କନ କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି ସେହିଭଳି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ନେଇ ଆମେ ଆଲୋଚନା କରିବୁ। ନଚେତ୍ ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button