
ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ବିରୋଧୀ। ମାନ୍ ପଞ୍ଜବବାସୀଙ୍କୁ ଅପମାନିତ କରିଥିବା ଶିରୋମଣି ଅକାଳି(ଏସଏଡି) ଦଳ ଅଭିଯୋଗ ଆଣିଛନ୍ତି। ମଦ ପିଇଥିବାରୁ ଭଗୱନ୍ତ ମାନଙ୍କୁ ଜର୍ମାନୀରେ ଫ୍ରାଙ୍କଫର୍ଟ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଶିରୋମଣି ଅକାଳି(ଏସଏଡି) ଦଳର ମୁଖ୍ୟ ସୁଖବିନ୍ଦର ସିଂହ ବାଦଲ ଅଭିଯୋଗ କରିଛନ୍ତି। ମାନ ଏତେ ପରିମାଣରେ ମଦ୍ୟପାନ କରିଥିଲେ ଯେ, ସେ ଚାଲିବାକୁ ବି ଅସମର୍ଥ ହୋଇଥିଲେ। ତାଙ୍କ ପାଇଁ ବିମାନ ୪ ଘଣ୍ଟା ବିଳମ୍ବ ହୋଇଥିବା ସୁଖବିନ୍ଦର ଅଭିଯୋଗ କରିଛନ୍ତି। ସେଥିପାଇଁ ସେ ଆପର ଜାତୀୟ ସମ୍ମିଳନୀରେ ଯୋଗ ଦେଇ ପାରି ନଥିଲେ। ଏହା ପଞ୍ଜାବବାସୀଙ୍କ ପାଇଁ ଲଜ୍ଜା ଏବଂ ଅପାମାନଜନ୍ନକ । ମାନ୍ ବିଶ୍ୱ ଦରବାରରେ ପଞ୍ଜାବକୁ ଅପମାନିତ କରିଛନ୍ତି। ତେବେ ଗଣମାଧ୍ୟମ ରିପୋର୍ଟକୁ ପଞ୍ଜାବ ସରକାରଙ୍କ ପକ୍ଷରୁ ଖାରଜ କରାଯାଇଛି। ବାଦଲଙ୍କ ଅଭିଯୋଗର ଜବାବ ରଖିଛି ଆପ୍। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ମୁଖ୍ୟମନ୍ତ୍ରୀଙ୍କ ମୁଖପାତ୍ର ମଲୱନ୍ଦର ସିଂ କଙ୍ଗ ଏହା କହିଛନ୍ତି। ସେ କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଦିଲ୍ଲୀ ଫେରି ଆସିଛନ୍ତି। ଜର୍ମାନୀରେ ସେପ୍ଟେମ୍ବର ୧୮ରେ ସେ ଫ୍ଲାଇଟ ଧରିଥିଲେ। ସେପ୍ଟେମ୍ବର ୧୯ରେ ସେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ବିରୋଧୀଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ଅସତ୍ୟ ଓ କପୋଳକଳ୍ପିତ ବୋଲି ସେ ସୂଚନା ଦେଇଛନ୍ତି।