Breaking PLUSଅପରାଧଦେଶ ବିଦେଶମୁଖ୍ୟ ଖବର

ବହିଷ୍କାର ପରେ ବନ୍ଧା ହେଲେ ପଞ୍ଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲା

ଅରବିନ୍ଦ କେଜ୍ରିୱାଲଙ୍କ ଦୁର୍ନୀତି ନିବାରଣ ମଡେଲ ଅଧୀନରେ ପଞ୍ଜାବର ଭଗୱନ୍ତ ସିଂ ମାନ ସରକାର ମଙ୍ଗଳବାର ଦିନ ନିଜ କ୍ୟାବିନେଟ ମନ୍ତ୍ରୀଙ୍କୁ ବରଖାସ୍ତ କରି ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତିରେ ସମ୍ପୃକ୍ତ ଥିବା ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗଲାଙ୍କ ବିରୋଧରେ ଦୃଢ ପ୍ରମାଣ ମିଳିବା ପରେ ବିଜୟ ସିଙ୍ଗଲାଙ୍କୁ ପଞ୍ଜାବ ପୁଲିସର ଦୁର୍ନୀତି ନିବାରଣ ଶାଖା ଗିରଫ କରିଛି।  ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଂଗଲା ଲାଂଚ ନେଇଥିବା ପ୍ରମାଣ ପାଇବା ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିବା କଥା କୁହାଯାଇଛି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ମାନ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପଞ୍ଜାବ ପୋଲିସକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଦୁର୍ନୀତି ଅଭିଯୋଗରେ ନିଜ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ଏଥି ସହିତ ବିଜୟ ସିଙ୍ଗଲାଙ୍କୁ ମଧ୍ୟ ଆମ୍ ଆଦମୀ ପାର୍ଟିରୁ ବହିଷ୍କାର କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡିଛି। ଅଭିଯୋଗ ପରେ ଆକ୍ସନ ନେଇ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ। ଦେଶର ଇତିହାସରେ ଏହା ଦ୍ୱିତୀୟ ଘଟଣା ଯେତେବେଳେ କୌଣସି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ସିଏମ ମାନ କହିଛନ୍ତି ବିଜୟ ସିଙ୍ଗଲା ନିଜ ଉପରେ ଲାଗିଥିବା ଭଷ୍ଟ୍ରାଚାର ଅଭିଯୋଗକୁ ସ୍ୱିକାର କରିଛନ୍ତି।

Show More

Related Articles

Back to top button