Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଜାରି

ପୁରୀରେ ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୋଲିସ ଛାଉଣୀ ସହ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ପୁରୁଣା କୋଠାର ଉଚ୍ଛେଦ ପାଇଁ ଜେସିବି କମ୍ ବ୍ରେକର ମେସିନ ନିୟୋଜିତ କରାଯାଇଛି । ଦୁଇ ପ୍ଲାଟୁନ ଫୋର୍ସ, ଦୁଇଜଣ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ଉପଜିଲ୍ଲାପାଳ ଉଚ୍ଛେଦ କାର୍ଯ୍ୟର ତଦାରଖ କରୁଛନ୍ତି ।

ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ପାଇଁ ଟେଣ୍ଡର ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ଼ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଶହ ଶହ ବର୍ଷ ପୂର୍ବରୁ ଏହି କୋଠାରେ ଗଜପତି ମହାରାଜାଙ୍କ ଅଫିସ ଚାଲୁଥିଲା । ପରବର୍ତ୍ତୀ ସମୟରେ ଆଇନ ବିଭାଗ ଅଧିନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲୁଥିଲା । ଏହି କୋଠାରେ ୧୫ଟି ଦୋକାନ ରହିଥିଲା । ଦୋକାନଗୁଡ଼ିକୁ ଖାଲି କରି ଦିଆଯାଇଛି । ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବାରୁ ଉଚ୍ଛେଦ କରାଯାଉଛି ।

ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ବଳୟକୁ ନେଇ ୭୫ମିଟର ପରିଧିରୁ ଉଚ୍ଛେଦ ଜାରି ରହିଥିବାବେଳେ ୧୦୦ମିଟର ଭିତରେ ଥିବା ପୁରାତନ ଅଫିସ କୋଠାକୁ ଭାଙ୍ଗିବା ପାଇଁ ନିଷ୍ପତି ନିଆଯାଇଥିଲା । ତେବେ ଏହି ପୁରାତନ କୋଠା ଭଙ୍ଗାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ କୋଠାରେ ଆରମ୍ଭ ହୋଇଛି କାର୍ଯ୍ୟାଳୟ ।

Show More

Related Articles

Back to top button