Breaking PLUSଓଡ଼ିଶାମୁଖ୍ୟ ଖବର
ବେଆଇନ ବାଣ ତିଆରି ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର-ପୁରୀ ସଦର ଥାନା ପୋଲିସ ଦ୍ୱାରା ଆଜି ଜଣେ ବ୍ୟକ୍ତିଙ୍କୁ ବେଆଇନ ବାଣ ତିଆରି ଅଭିଯୋଗରେ ଗିରଫ କରାଯାଇଛି। ସଦର ଥାନା ମାମଲା ସଂଖ୍ୟା–634/25 ରେ ଏହି ମାମଲା ରୁଜୁ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତି ନରହରିପୁର ଗ୍ରାମର ଶ୍ରୀକାନ୍ତ ମିଶ୍ର, ଯିଏ ନିଜ ବଗିଚାରେ ବେଆଇନ ଭାବେ ବାଣ ତିଆରି କରୁଥିବା ସମୟରେ ସଦର ଥାନା ଆଇ.ଆଇ.ସିଙ୍କ ନେତୃତ୍ୱରେ ଅଚାନକ ଚଢାଉ କରାଯାଇଥିଲା।
ଘଟଣାସ୍ଥଳରୁ 6 ବସ୍ତା ବାଡିଆ ବମ୍ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ମାନ୍ୟନୀୟ ଅଦାଲତରେ ହଜାର କରାଯିବ।