Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀଜୀଉଙ୍କ ଦର୍ଶନ କଲେ ମହାମହିମ

ପୁରୀ- ପୁରୀରେ ମହାମହିମ। ଆଜି ପୁରୀ ଯାଇ ଜଗା ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସକାଳେ ଭୁବନେଶ୍ଵରରୁ ବାହାରି ପୁରୀରେ ସମଙ୍ଗ ହେଲିପ୍ୟାଡରେ ପହଞ୍ଚିଥିଲେ ରାଷ୍ଟ୍ରପତି। ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜ୍ୟପାଳ, ନୌସେନାର ବରିଷ୍ଠ ଅଧିକାରୀ , ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲାପାଳ ଏବଂ ଗଜପତି ଦିବ୍ୟସିଂହଦେବ ତାଙ୍କୁ ସ୍ଵାଗତ କରିଥିଲେ। ପରେ ବଡ଼ଦାଣ୍ଡରେ ପହଞ୍ଚି ଚାଲିଚାଲି ଶ୍ରୀମନ୍ଦିର ଯାଇଥିଲେ ଏବଂ  ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ରାଜ୍ୟ ଓ ଦେଶର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି। ମହାମହିମଙ୍କ ଦର୍ଶନ ସମୟରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Show More

Related Articles

Back to top button