Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ

ମହାପ୍ରଭୁଙ୍କ ମହାସ୍ନାନ। ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି। ସକାଳେ ଶ୍ରୀବିଗ୍ରହଙ୍କ ଅବକାଶ ନୀତି ପରେ ବେଶ ହେଉଥିବାବେଳେ ଭିତରକାଠ ନିକଟରେ ଜଣେ ବ୍ୟକ୍ତିଙ୍କ ଗୋଡରେ କାଚ ପଶି ଯାଇଥିଲା। ଫଳରେ ତାଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତସ୍ରାବ ହୋଇଥିଲା। ଏଣୁ ବିଧି ମୁତାବକ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଥିଲା। ଏହି ସମୟରେ କିଛି ସମୟ ପାଇଁ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିଥିଲା। ମହାସ୍ନାନ ହେବା ପରେ ପୁର୍ନବାର ଦର୍ଶନ ସ୍ଵାଭାବିକ ହୋଇଥିଲା।

Show More

Related Articles

Back to top button