Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ରୋଷଘରେ ଲୁହା କଢେଇରେ ରୋଷେଇ କରିବା ଘଟଣା, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ପୁରୀ- ଶ୍ରୀମନ୍ଦିର ରୋଷଘରେ ଲୁହା କଢେଇରେ ରୋଷେଇ କରିବା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ। ରୋଷଘର ପରିଦର୍ଶନ କରି କଢେଇ ଜବତ ସହ ୭ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶହ ଶହ ବର୍ଷର ପରମ୍ପରା ଭାଙ୍ଗି ମହାପ୍ରଭୁଙ୍କ ପାଇଁ ଲୁହା କଡେଇରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା।

ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଗୁରୁବାର କେତେକ ସୁଆର ସେବକଙ୍କୁ ନୋଟିସ୍ ଜାରି କରାଯାଇଛି। କରୋନା ମହାମାରୀ ସମୟରୁ ପ୍ରାୟ ପାଞ୍ଚ ବର୍ଷ ଧରି ଶ୍ରୀଜଗନ୍ନାଥ ମନ୍ଦିର ରୋଷଶାଳା ଏଭଳି ଅଘଟଣ ଚାଲିଛି। ନିଯୋଗର ଜଣେ କର୍ମକର୍ତ୍ତା ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିଯୋଗୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Show More

Related Articles

Back to top button