ପରୀକ୍ଷା ଖାତାରେ ବି ରାଜ କରୁଛି ‘ପୁଷ୍ପା’
୧୦ମ ପରୀକ୍ଷା ଖାତାରେ ପୁଷ୍ପା ଫିଲ୍ମର କ୍ରେଜ୍।

୧୦ମ ପରୀକ୍ଷା ଖାତାରେ ପୁଷ୍ପା ଫିଲ୍ମର କ୍ରେଜ୍। ପରୀକ୍ଷା ଉତ୍ତର ଖାତାରେ ଜଣେ ଛାତ୍ର ଉତ୍ତର ଲେଖିବା ପରିବର୍ତ୍ତେ ଫିଲ୍ମ ପୁଷ୍ପାକୁ ନେଇ ଏମିତି କିଛି ଲେଖିଦେଲେ, ଯାହା ଏବେ ବେଶ୍ ଚର୍ଚ୍ଚା ହେଉଛି। ପରୀକ୍ଷା ଖାତାରେ ବଡ ବଡ ଅକ୍ଷରରେ ଲେଖା ହୋଇଛି ପୁଷ୍ପା, ପୁଷ୍ପା ରାଜ… ଅପୁନ୍ ଲିଖେଗା ନେହି … ଶାଲା । ସେହି ପରୀକ୍ଷା ଖାତାର ଫଟୋ ଚାରିଆଡେ ଭାଇରାଲ୍ ହେବାରେ ଲାଗିଛି । ଏହି ଅଜବ ଘଟଣାଟି ପଶ୍ଚିମବଙ୍ଗର। ପଶ୍ଚିମବଙ୍ଗରେ ମାଧ୍ୟମିକ ବା ମାଟ୍ରିକ ପରୀକ୍ଷା ସରିବାର ବହୁ ଦିନ ହେଲାଣି , କିନ୍ତୁ ଏବେ ଏହି ପରୀକ୍ଷା ଖାତାର ଫଟୋ ଭାଇରାଲ ହେଉଛି। ୧୦ମ ପରୀକ୍ଷା ମୁଣ୍ଡ ଉପରେ ଥିଲେ ପରୀକ୍ଷାର୍ଥିଙ୍କ ନିଦ ହଜି ଯାଏ। ଭଲ ମାର୍କ ଆଣିବା ପାଇଁ ରାତି ଦିନ ଏକ କରିଦିଅନ୍ତି ପିଲାମାନେ । କିନ୍ତୁ ଏହି ଛାତ୍ରଙ୍କ ମୁଣ୍ଡରେ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ର ପାଗଳାମୀ ଡିଆଁ ମାରିଥିଲା। ତାଙ୍କ ଉତ୍ତର ଖାତା ରେ ରାଜ କରି ଥିଲା ପୁଷ୍ପା ରାଜ । ଏବେ ପୁଷ୍ପା ର ରାଜୁତି ଫିଲ୍ମ ହଲ ଓ ସୋସିଆଲ ମିଡିଆରୁ ଆରମ୍ଭ କରି ପରୀକ୍ଷା ହଲ୍ରେ ପହଞ୍ଚିଲାଣି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦେଖିବାକୁ ବାକି ରହିଲା ପୁଷ୍ପା ଆଉ କେଉଁଠି କେଉଁଠି ରାଜ କରୁଛି ।