Breaking PLUSଦେଶମୁଖ୍ୟ ଖବର

କତାରରେ 8ଜଣ ଭାରତୀୟଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ, ଦଣ୍ଡାଦେଶ ହ୍ରାସ କଲେ କୋର୍ଟ

ନୂଆଦିଲ୍ଲୀ, 28 ଡିସେମ୍ବର – କତାରରେ ଗୁଇନ୍ଦାଗିରି ଅଭିଯୋଗ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର 8ଜଣ ପୂର୍ବତନ କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିଛି । କତାରର ଏକ କୋର୍ଟ ସେମାନଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବା ସହ ଦଣ୍ଡାଦେଶ କମ୍ କରିଛନ୍ତି । ମୃତ୍ୟୁ ଦଣ୍ଡାଦେଶ ବିରୁଦ୍ଧରେ ଭାରତ ପକ୍ଷରୁ ଆବେଦନ କରାଯାଇଥିଲା ।
ଗୁରୁବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆମେ କରିଥିବା ଆବେଦନ ଉପରେ ଦଣ୍ଡ ହ୍ରାସ କରାଯାଇଛି। ତେବେ ଦଣ୍ଡାଦେଶ ଉପରେ ବିସ୍ତୃତ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । କତାରର ଅଧିକାରୀଙ୍କ ସହ ଆଲୋଚନା ଜାରି ରହିବ । ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ଆମେ ଆଇନ ଟିମ ସହିତ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛୁ ।

Show More

Related Articles

Back to top button