
ଆରମ୍ଭ ହେଲା ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ଯାତ୍ରା । କିଛି ସମୟ ପରେ ଓ୍ଵେଷ୍ଟମିନଷ୍ଟର ଆବେରେ ହେବ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ । ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱରୁ ପ୍ରାୟ ୫୦୦ ନେତାଙ୍କ ସହ ଅନେକ ପରିବାରର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି । ଏହି ସମୟରେ କିଙ୍ଗ ଚାର୍ଲ୍ସ ଏବଂ ବ୍ରିଟିଶ ରାକ ପରିବାରର ବରିଷ୍ଠ ସଦସ୍ୟ ଉପସ୍ଥିତ ଅଛନ୍ତି। ଅନ୍ତିମ ସଂସ୍କାର ପାଇଁ ଲଣ୍ଡନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରାଣୀ ଏଲିଜାବେଥ ଦ୍ଵିତୀୟଙ୍କ କଫିନ ଇଙ୍ଗ୍ଲିସ ଓକରେ ଏକ ଦଶନ୍ଧି ପୂର୍ବେ ତିଆରି କରାଯାଇଛି। ମହାରାଣୀଙ୍କ କଫିନ ଓ୍ଵେଷ୍ଟମିନଷ୍ଟର ଆବେରୁ ଲଣ୍ଡନର ଓ୍ଵେଲିଂଟନ ଆର୍କ ନିଆଯାଉଛି। ଏହା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ରାଣୀଙ୍କୁ ତାଙ୍କ ସ୍ଵାମୀ ପ୍ରିନ୍ସ ଫିଲିପ୍, ଡ୍ୟୁକ୍ ଅଫ ଏଡିନବର୍ଗଙ୍କ ଠିକ ନିକଟରେ ତାଙ୍କୁ କବର ଦିଆଯିବ।ରାଣୀଙ୍କ କଫିନ ରାଜକୀୟ ପତାକାରେ ଢଙ୍କା ଯାଇଛି। ରାଜମୁକୁଟକୁ ଫୁଲ ସହିତ ତାଙ୍କ ଉପରେ ରଖାଯାଇଛି।