ଓଡ଼ିଶାଶିକ୍ଷାସ୍ୱତନ୍ତ୍ର

ପୁଣି ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ

ପୁଣି ପ୍ରଶ୍ନପତ୍ର ଲିକ୍ । ପୁଣି ଥରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଲିକ୍ ହେଲା ପ୍ରଶ୍ନପତ୍ର । ଆଜି ହେବାକୁ ଥିବା ଫିଜିକ୍ସ କୋର୍-୧୪ର ପ୍ରଶ୍ନପତ୍ର ଲିକ୍ ହୋଇଛି । ପ୍ରଶ୍ନପତ୍ର ଲିକ୍ ପରେ ଗୁରୁବାର ବାତିଲ ହୋଇଥିବା ଏଜୁକେସନ୍ କୋର୍-୧୪ ପରୀକ୍ଷା ଆସନ୍ତା ୧୯ରେ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ।

ଗତ ୧୩ ତାରିଖରେ ଯୁକ୍ତ ତିନି ଶେଷବର୍ଷ ପଦାର୍ଥ ବିଜ୍ଞାନ ପେପର ଲିକ୍ ହୋଇଥିବା ବେଳେ ଗୁରୁବାର ଏଜୁକେସନ୍ କୋର୍-୧୪ ପେପରର ସେମିଷ୍ଟାର ପରୀକ୍ଷା ପେପର ଲିକ୍ ହୋଇଥିଲା । ପରୀକ୍ଷା ନିୟନ୍ତ୍ରକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ସତ୍ୟ ବୋଲି କହିଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ଥିବା ୨୦୫ ମହାବିଦ୍ୟାଳୟରେ ଏହି ପରୀକ୍ଷା ବାତିଲ ହୋଇଥିଲା । ଥରକ ପ୍ରଶ୍ନପତ୍ର ଲିକ୍ ଭୟରେ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ଇମେଲ୍ ଜରିଆରେ ପଠାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

 

 

Show More

Related Articles

Back to top button