Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ବିଜେଡି ଛାଡିଲେ ରବିନାରାୟଣ ମହାପାତ୍ର
ଭୁବନେଶ୍ୱର- ବିଜେଡି ଛାଡିଲେ ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଜେଡିର ରାଜ୍ୟ ସଭା ସଦସ୍ୟ ଭାବେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ। ରବି ନାରାୟଣ ଟିକେଟ୍ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିବାରୁ ଏଥିରେ ସେ ବିମୁଖ ହୋଇ ଦଳ ଛାଡ଼ିଥିବା କୁହାଯାଉଛି।