Breaking PLUSଦେଶମୁଖ୍ୟ ଖବରରାଜନୀତି

ସୁପ୍ରିମକୋର୍ଟରେ ଡିସେମ୍ବର 8କୁ ଘୁଞ୍ଚିଲା ରାଜ୍ୟସଭାରୁ ରାଘବ ଚଡ୍ଡାଙ୍କୁ ନିଲମ୍ବନ ମାମଲାର ଶୁଣାଣି

ନୂଆଦିଲ୍ଲୀ, 1 ଡିସେମ୍ବର – ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଡ୍ଡାଙ୍କୁ ରାଜସଭାରୁ ନିଲମ୍ବନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ପିଟିସନ ଉପରେ ଶୁଣାଣି ଘୁଞ୍ଚିଛି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ମାମଲାର ଶୁଣାଣିକୁ ଡିସେମ୍ବର 8କୁ ଘୁଞ୍ଚାଇ ଦେଇଛନ୍ତି ।

ଆଜି ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟଙ୍କୁ କହିଥିଲେ ଯେ, ଏହି ପ୍ରସଙ୍ଗ ଉପରେ କିଛି ସକରାତ୍ମକ ପଦକ୍ଷେପ ନିଆଯାଉଛି । କିଛିଦିନ ପରେ ଏହି ମାମଲାର ଶୁଣାଣି କରାଗଲା,
ହୁଏତ ମାମଲାର ଶୁଣାଣି କରିବାକୁ ପଡିବ ନାହିଁ । ଏହାପରେ ପ୍ରଧାନ ବିଚାରପତି ମାମଲାର ଶୁଣାଣିକୁ ଡିସେମ୍ବର 8 ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।

Show More

Related Articles

Back to top button