
ଭାରତ ଯୋଡୋ ଯାତ୍ରା ପୂର୍ବରୁ ଗୁରୁଦ୍ୱାରରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ଗୁରୁ ନାନକ ଜୟନ୍ତୀ ଅବସରରେ ସେ ନାନ୍ଦେଡ ଜିଲାରେ ଥିବା ଗୁରୁଦ୍ୱାରରେ ପହଞ୍ଚି ପ୍ରାର୍ଥନା କରିଥିଲେ । ତେବେ ଏହି ସମୟରେ କଂଗ୍ରେସ ଦଳ ପକ୍ଷରୁ ଟୁଇଟ କରାଯାଇ ରାହୁଲ ଗାନ୍ଧୀ ଗୁରୁଦ୍ୱାରରେ ସମନ୍ବୟ ଏବଂ ସମାନତା ପାଇଁ ପ୍ରାର୍ଥନା କରିଥିବା କୁହାଯାଇଛି।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ସୋମବାର ତେଲେଙ୍ଗାନାରୁ ମହାରାଷ୍ଟ୍ରରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବାର ଅଳ୍ପ ସମୟ ପରେ ସେ ଗୁରୁଦ୍ୱାରରେ ଯାଇଲେ। ଦଳ ଦେଇଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଭାରତ ଯୋଡୋ ଯାତ୍ରା ଗୁରୁଦ୍ୱାରରୁ ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଏକ ମଶାଲ ସହିତ ମହାରାଷ୍ଟ୍ର ସୀମାରେ ପ୍ରବେଶ କରିଥିଲେ।
ସେ କହିଥିଲେ, ଆସନ୍ତା ୧୫ ଦିନ ମହାରାଷ୍ଟ୍ରରେ ରହିବା ସମୟରେ ସେ ରାଜ୍ୟବାସୀଙ୍କୁ ଭେଟିବେ ଏବଂ ସେମାନଙ୍କ ଯନ୍ତ୍ରଣା ଶୁଣିବେ।