
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ଲଢିବେନି ରାହୁଲ ଗାନ୍ଧି । କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇଛନ୍ତି। ଏହି ପଦ ଲାଗି ଦୌଡ଼ରେ ଆଗରେ ଥିବା ଗେହଲଟ କହିଛନ୍ତି ଯେ, ଗତକାଲି ରାହୁଲ ଗାନ୍ଧି ସଭାପତି ନିର୍ବାଚନ ପାଇଁ ସ୍ପଷ୍ଟ କରିଛନ୍ତି। ରାହୁଲ କହିଛନ୍ତି ଯେ, ଚଳିତ ସଭାପତି ନିର୍ବାଚନରେ କୌଣସି ଗାନ୍ଧି ପରିବାର ସଦସ୍ୟ ଭାଗ ନେଉ ନାହାନ୍ତି। ଗତକାଲି ରାହୁଲ ଗାନ୍ଧିଙ୍କୁ କେରଳରେ ଭେଟିଥିଲେ ଗେହଲଟ। ରାହୁଲ ଗାନ୍ଧି ଏବେ କେରଳର ଭାରତ ଯୋଡ଼ ଯାତ୍ରାରେ ବ୍ୟସ୍ତ ଅଛନ୍ତି। ଗେହଲଟ କହିଛନ୍ତି ଯେ, ମୁଁ ରାହୁଲ ଗାନ୍ଧିଙ୍କୁ ଏକାଧିକବାର ଅନୁରୋଧ କରିଛି। ସମସ୍ତଙ୍କ ଇଚ୍ଛା ରାହୁଲ ଗାନ୍ଧି ସଭାପତି ହୁଅନ୍ତୁ। କିନ୍ତୁ ସେ ଆମ କଥାରେ ରାଜି ହୋଇ ନାହାନ୍ତି। ରାହୁଲ ଗାନ୍ଧି ମୋତେ କହିଛନ୍ତି ଯେ, ସଭାପତି ନିର୍ବାରନରେ ଗାନ୍ଧି ପାବାରର କୌଣସି ସଦସ୍ୟ ପ୍ରତିଦ୍ୱନ୍ଦିତା କରିବେ ନାହିଁ। ରହୁଲ ଗାନ୍ଧି କହିଛନ୍ତି ଯେ, ମୁଁ ଜାଣେ ମୁଁ ସଭାପତି ଲାଗି ସମସ୍ତଙ୍କ ଇଚ୍ଛା। ମୁଁ ମଧ୍ୟ ସେମାନଙ୍କ ଇଚ୍ଛାକୁ ସମ୍ମାନ ଦେଉଛି। କିନ୍ତୁ ଏହି ନିର୍ବାଚନରେ ଗାନ୍ଧିପରିବାରର କୌଣସି ସଦସ୍ୟ ଭାଗ ନନେବାକୁ ମୁଁ ନିଷ୍ପତ୍ତି ନେଇଥିବା ରାହୁଲ ଗାନ୍ଧି କହିଛନ୍ତି।