Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ମାଓ ଆଡ୍ଡା ଉପରେ ଚଢାଉ

ମାଓବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଚଢାଉ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଓଦମନ ପ୍ରକ୍ରିୟାକୁ ଦୃଢ କରିଛି ଚାଇବାସା ଏସ୍ଟିଏଫ୍ । ଆଜି ଓଡିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମି ଅଞ୍ଚଳରେ ଏସ୍ଟିଏଫ୍ ପକ୍ଷରୁ ଚଢାଉ କରାଯାଇଛି। ଏହି ଅଞ୍ଚଳରେ ମାଓବାଦୀମାନେ ରହୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଚଢାଉ ବେଳେ ୫ କେଜି ବିଶିଷ୍ଟ ୫ଟି ଆଇଡି, ଡେଟୋନେଟର, ବ୍ୟାନର, ପୋଷ୍ଟର ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି। ଏପରିକି ୧୬ଟି ମାଓ ବଙ୍କରକୁ ଧ୍ବଂସ ମଧ୍ୟ କରାଯାଇଛି।