
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ । ପୁରୀ ଜିଲ୍ଲା ଚନ୍ଦନପୁର ନିକଟରେ ଥିବା ବୀରପ୍ରତାପପୁର ଗ୍ରାମକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁଯାୟୀ , ଆଜି ପୂର୍ବାହ୍ନରେ ରେଳମନ୍ତ୍ରୀ ପୁରୀ ଯାଇ ବିଜେପିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ । ଚନ୍ଦନପୁର ନିକଟରେ ଥିବା ବୀରପ୍ରତାପପୁର ଗ୍ରାମକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ଫେରିବା ପରେ ସନ୍ଧ୍ୟା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।