Breaking PLUSଓଡ଼ିଶାମୁଖ୍ୟ ଖବର
9 ଜିଲ୍ଲାକୁ ବର୍ଷା ଆଲର୍ଟ
ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।
ମଙ୍ଗଳବାର ଅପରାହ୍ଣରେ ଭୁବନେଶ୍ବର ସମେତ ବାଲେଶ୍ବର, କଟକ, ଚାନ୍ଦବାଲି ଏବଂ କେନ୍ଦୁଝରରେ ବର୍ଷା ଲାଗି ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲାର ବାମରାରେ ସର୍ବାଧିକ ବର୍ଷା ୧୪୬.୨ମି.ମି ରେକର୍ଡ ହୋଇଥିବାବେଳେ କେନ୍ଦୁଝର ଜିଲାର ବଂଶପାଲ ୧୩୦.୩, ଘସିପୁରା ୧୩୦.୨, ଆନନ୍ଦପୁର ୧୨୬.୨ ଏବଂ ଢେଙ୍କାନାଳ ଜିଲାର ଭୁବନ ୧୧୫ ଓ ଅନୁଗୋଳ ଜିଲାର ଆର.ଏନ.ନଗରରେ ୧୧୧.୨ ମି.ମି ବର୍ଷା ରେକର୍ଡ ହୋଇଛି।
ଲଘୁଚାପ ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୨୬.୮ ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୪.୬ମିମି ତୁଳନାରେ ୪୭୭% ଅଧିକ ରହିଛି।