Breaking PLUSଓଡ଼ିଶାମୁଖ୍ୟ ଖବର

 କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫୁଟେ ଉଚ୍ଚର ପାଣି

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫୁଟେ ଉଚ୍ଚର ପାଣି। ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଜି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ପାଣି ଜମି ରହିଛି। ଯେଉଁ ରାସ୍ତା ଦେଇ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରାଯାଏ, ପାର୍ଶ୍ବ ରାସ୍ତା ଦେଇ ପର୍ଯ୍ୟଟକ ମନ୍ଦିର ବେଢ଼ା ବୁଲନ୍ତି ସେ ସବୁ ବୁଡ଼ି ଯାଇଛି। ଫଳରେ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି।

କିଛି ପର୍ଯ୍ୟଟକ ପାଣି ଭିତରେ ପଡ଼ି ବି ଯାଇଛନ୍ତି। ପରିସ୍ଥିତିକୁ ଦେଖି ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଏ ପରିସ୍ଥିତି କିଛି ନୂଆ ନୁହେଁ। ଅଳ୍ପ ସମୟ ବର୍ଷାରେ ବି ପାଣି ଏଠି ଲହଡ଼ି ଭାଙ୍ଗେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button