
ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଫସି ହୋଇ ଗିରଫ ହୋଇଥିଲେ ରାଜ୍ । ଏହାପର ଠାରୁ ସେ ଖୁବ୍ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜାକୁ ସମାଲୋଚନା ଠାରୁ ଡରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛିଦିନ ବାହାରକୁ ଆସି ନ ଥିଲେ। ଏପରିକି ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ବହୁ ଦିନ ପରେ ସବୁ କିଛି ଧିରେ ଧିରେ ଠିକ୍ ହେବା ପରେ କଥା ଶାନ୍ତ ହେବା ସେ ତାଙ୍କ କାମକୁ ଫେରିଥିଲେ ।
ନିକଟରେ ତାଙ୍କୁ ଶିଳ୍ପାଙ୍କ ସହ ମନ୍ଦିର ଦର୍ଶନ କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ପ୍ରଥମେ ଶିଳ୍ପା ସୋସିଆଲ ମିଡିଆକୁ ଫେରିଥିବା ବେଳେ ପରେ ଜେଲରୁ ମୁକୁଥିଲେ ରାଜ୍ । ପୂର୍ବରୁ ଆକାଉଣ୍ଟ ପ୍ରଥମେ ସେ ନଜର ଆକାଉଣ୍ଟ ଡିଲିଟ୍ କରିଥିବା ବେଳେ ଏବେ ସେ ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି। ସେ କେବଳ ଜଣଙ୍କୁ ଫଲୋ କରୁଛନ୍ତି। ଏପରିକି ସେ ଏହାକୁ ପ୍ରାଇଭେଟ୍ ରଖିଥିବା ନେଇ ଦେଖିବାକୁ ମଧ୍ୟ ମିଳିଛି ।