ବିଗ୍ ବସ୍ ଶୋ’ରେ ଭାଗ ନେବେ ରାଜ କୁନ୍ଦ୍ରା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ତେବେ ଏଥର କୌଣସି କେସ୍ କିମ୍ବା ମାମଲାକୁ ନେଇ ନୁହେଁ, ସେ କୁଆଡେ ବିଗ୍ ବସ୍ରେ ଭାଗ ନେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ରାଜ କୁନ୍ଦ୍ରା ଲାଇମ୍ ଲାଇଟ୍ ଓ ସୋଶିଆଲ ମିଡିଆରୁ ଦୂରେଇ ରହିଛନ୍ତି। କିନ୍ତୁ ଏହାରି ଭିତରେ ସେ ସଲମାନ ଖାନ୍ଙ୍କ ଶୋ’ ବିଗ୍ ବସ୍ର ଅପ୍କମିଂ ସିଜନରେ ଭାଗ ନେବାକୁ ଯାଉଥିବା ଶୁଣିବାକୁ ମିଳିଛି। ଏଥିରେ ଭାଗ ନେଇ କୁନ୍ଦ୍ର ତାଙ୍କ ଜୀବନର ଅନେକ ଖୁଲାସା କରିବେ। ବିଗ୍ ବସ୍ର ମେକର୍ସମାନେ ରାଜ କୁନ୍ଦ୍ରା ଚଳିତ ସିଜିନ୍ରେ ଭାଗ ନିଅନ୍ତୁ ବୋଲି ଚାହୁଁଛନ୍ତି। ତେବେ ଏଥିପାଇଁ କୁଆଡେ ରାଜ କୁନ୍ଦ୍ର ହାଇ ଡିମାଣ୍ଡ କରିଛନ୍ତି। ସେ ଏହି ‘ଶୋ’ ରେ ଭାଗ ନେବାକୁ ୩୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି। ହେଲେ ଏନେଇ ରାଜଙ୍କ ଠାରୁ କି ଶିଳ୍ପାଙ୍କ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା ହୋଇ ନାହିଁ।ଏହି ଶୋ’ରେ ରାଜ ଏବଂ ନିର୍ମାତାଙ୍କ ମଧ୍ୟ ଆଲୋଚନା ଚାଲିଛି। ରାଜ ପୂରା ସିଜିନ୍ ପାଇଁ ଅତି କମ୍ରେ ୨୦ କୋଟିରୁ ଅଧିକ ମାଗିଛନ୍ତି। ଏହା ବ୍ୟତୀତ ତାଙ୍କର ଆଉ ଏକ ଦାବି ମଧ୍ୟ ଅଛି ଯେ ସେ ଶୋ’ରେ ଅଧିକ ସମୟ ରହିବାକୁ ଚାହୁଁଛନ୍ତି। ସେ ନିଜ ପାଇଁ ଶୋ’ରୁ କୌଣସି ଟଙ୍କା ନେବାକୁ ଚାହୁଁନାହାଁନ୍ତି। ତାଙ୍କ ପାଖରେ ଏବଂ ଶିଳ୍ପାଙ୍କର ବହୁତ ଟଙ୍କା ଅଛି। ଏହି ଶୋ’ରୁ ସେ ଯେଉଁ ଟଙ୍କା ନେବେ ସେ ସବୁକୁ ଏକ ଏନ୍ଜିଓକୁ ଡୋନେଟ୍ କରିବେ ବୋଲି କହିଥିବା ସୂଚନା ମିଳିଛି। ତେବେ ଆଗାମୀ ଦିନରେ ଜଣାପଡିବ ଏହି ଖବର କେତେ ଦୂର ସତ।