Breaking PLUSସେଲିବ୍ରିଟି
ହସ୍ପିଟାଲରେ ରଜନୀକାନ୍ତ

ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଗତକାଲି ତାଙ୍କୁ ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ରୁଟିନ୍ ଚେକଅପ୍ ପାଇଁ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି । କିଛି ଦିନ ପୂର୍ବରୁ ତାଙ୍କୁ ଦାଦା ସାହେବ ଫାଲକେ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା । ତେବେ ସେ ରୁଟିନ ଚେକ୍ଅପ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ସୂଚନା ମିଳିବାପରେ ତାଙ୍କର ଫ୍ୟାନ୍ସ ମାନେ ଦୀର୍ଘ ନିଶ୍ୱାସ ନେଇଛନ୍ତି । ଗୁରୁବାର ଅପରାହ୍ନ ୪.୩୦ରେ ରଜନୀକାନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା । ନିୟମିତ ଭାବେ ତାଙ୍କର ରୁଟିନ ଚେକଅପ୍ କରାଯାଇଥାଏ । ସେ ବର୍ତ୍ତମାନ ଚେକଅପ ପାଇଁ ଗୋଟିଏ ଘରୋଇ ହସ୍ପିଟାଲରେ ରହିଛନ୍ତି ।