Breaking PLUSଓଡ଼ିଶାମୁଖ୍ୟ ଖବର
ରାଜେଶ୍ ପ୍ରଭାକର ପାଟିଲ୍ ନୂଆ ବିଏମସି କମିଶନର

ଭୁବନେଶ୍ଵର: ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର। ରାଜେଶ୍ ପ୍ରଭାକର ପାଟିଲ୍ ନୂଆ ବିଏମସି କମିଶନର ହୋଇଛନ୍ତି। ଜିଏ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୫ ବ୍ୟାଚ୍ର ଆଇଏଏସ୍ ଅଫିସର ହେଉଛନ୍ତି ରାଜେଶ ପ୍ରଭାକର ପାଟିଲ। ବର୍ତ୍ତମାନର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଛୁଟିରେ ଯିବେ । ଏକ ମାସ ଛୁଟି ପାଇଁ କମିଶନର୍ କୁଲାଙ୍ଗେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ମଞ୍ଜୁରି ମିଳିବା ପରେ ଆଜିଠାରୁ(ଶନିବାର) ସେ ଛୁଟିରେ ଯିବେ। ଛୁଟିରୁ ଫେରିବା ପରେ କୁଲାଙ୍ଗେଙ୍କୁ ନୂଆ ନିଯୁକ୍ତି ମିଳିବା ନେଇ ଜିଏ ପ୪ରୁ ସୂଚନା ମିଳିଛି।