କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ସଂପର୍କରେ ସଂସଦରେ ଅବଗତ କରାଇଲେ ମନ୍ତ୍ରୀ ରାଜନାଥ ସିଂହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ସଂପର୍କରେ ସଂସଦ ଉଭୟ ଗୃହକୁ ଅବଗତ କରାଇଛନ୍ତି । ରାଜ୍ୟସଭାରେ ସାଢ଼େ ୧୧ଟାରେ ବିବୃତି ରଖିବା ପରେ ଲୋକସଭାରେ ୧୨ଟା ୧୫ ମିନିଟରେ ରଖିଥିଲେ । ଗତକାଲି ଅପରାହ୍ନରେ ତାମିଲନାଡୁର କୁନ୍ନୁର ପାଖରେ ବାୟୁସେନାର ଏମ୍ଆଇ-୧୭ଭିି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସଂସଦରେ ସିଡିଏସ ରାୱତଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଶ୍ରଦ୍ଧଞ୍ଜଳୀ ଜଣାଇଛନ୍ତି । ଏହା ସହ ରାଜନାଥ ସିଂ କହିଛନ୍ତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି । ଏୟାର ମାର୍ସଲ ମାନଭେନ୍ଦ୍ର ସିଂହଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି । ଏବଂ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ଗତକାଲି ଠାରୁ ପହଂଚି ତଦନ୍ତ କରୁଛନ୍ତି । ସେପଟେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଚିକିତ୍ସା ଜାରିରହିଛି । ଲାଇଫ ସର୍ପୋଟ ସିଷ୍ଟମରେ ତାଙ୍କୁ ରଖାଯାଇଥିବାସ ସୂଚନା ଦେଇଛନ୍ତି ରାଜନାଥ ସିଂହ ।
ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସଙ୍କ ମୃତ୍ୟୁ ଘଟିଛି । ଏହାପରେ ସରକାରଙ୍କ ଆଗରେ ଅନେକ ନୂଆ ଚ୍ୟାଲେଞ୍ଜ ଉଭା ହୋଇଛି । ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନ ପାଇଁ ଦେଶର ସୁରକ୍ଷା ଏବେ ବଡ ଚ୍ୟାଲେଞ୍ଜ ରହିଛି । ତେଣୁ ଦୀର୍ଘ ସମୟ ଧରି ଏହି ପଦ ଖାଲି ରହିବା ଠିକ୍ ନୁହେଁ । ପୂର୍ବରୁ ଯଦିଓ ସେନାର ଏହି ପଦ ନଥିଲା କିନ୍ତୁ ମୋଦୀ ସରକାର କ୍ଷମତାକୁ ଆସିବା ପରେ ପରେ ତିନି ସେନାର ମୁଖିଆ ରହିବା ଆବଶ୍ୟକ ବୋଲି ହୃଦବୋଧ କରିଥିଲେ । ଆଉ ଏହାପରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ପଦ ତିଆରି ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ ବିପିନ ରାୱତଙ୍କ ଉତରାଧିକାରୀ ଘୋଷଣା ହେବା ସହିତ ସେନା ପାଇଁ ସେକ୍ସନ ପ୍ଲାନ ଆସିବ ବୋଲି ସୂଚନା ରହିଛି । ଯାହାକି ଖୁବଶୀଘ୍ର ପୂରଣ ହେବ ।