ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆଜିଠୁ ୩ଦିନିଆ ଇଜିପ୍ଟ ଗସ୍ତରେ ଯିବେ ରାଜନାଥ ସିଂ

ନୂଆଦିଲ୍ଲୀ: ଆଜିଠୁ ୩ଦିନିଆ ଇଜିପ୍ଟ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପ୍ରତିରକ୍ଷା ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବ ଚୁକ୍ତିନାମା। ଏନେଇ ନିଜେ ପ୍ରତିରକ୍ଷାମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେବା ସହ ଇଜିପ୍ଟ ପ୍ରତିପକ୍ଷ ଜେନେରାଲ ମହମ୍ମଦ ଅହମ୍ମଦ ଜାକିଙ୍କ ସହ ଆଲୋଚନା କରିବା ନେଇ ସୂଚନା ଦେଇଛନ୍ତି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ନେଇ ସମୀକ୍ଷା କରାଯିବ। ଏଥି ସହିତ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ସୂଚନାମିଳିଛି। ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଆଜିଠୁ ୧୧ଦିନିଆ ନ୍ୟୁୟର୍କ ଗସ୍ତରେ ଯିବେ। ଏହି ଗସ୍ତକାଳରେ ସେ ୟୁନାଇଟେଡ ନେସନର ୭୭ତମ ସାଧାରଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ନ୍ୟୁୟର୍କରେ ଜି୪ ରାଷ୍ଟ୍ରମାନଙ୍କୁ ନେଇ ବୈଠକରେ ବୈଦେଶିକ ମନ୍ତ୍ରୀ ଯୋଗଦେବେ ବୋଲି ସୂଚନାମିଳିଛି। ଭାରତ ବ୍ୟତୀତ ଏହି ବୈଠକରେ ବ୍ରାଜିଲ, ଜାପାନ ଏବଂ ଜର୍ମାନୀ ଯୋଗଦେବେ ବୋଲି ସୂଚନା ମିଳିଛି। ପରେ ୟୁନାଇଟେଡ ନେସନର ୭୭ତମ ସାଧାରଣ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଭାରତ ପକ୍ଷରୁ ସମ୍ବୋଧିତ କରିବେ।

Show More

Related Articles

Back to top button