ଶେର୍ଲିନ ଚୋପ୍ରାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ରାଖୀ ସାୱନ୍ତ
ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱନ୍ତ ଓ ଶେର୍ଲିନ ଚୋପ୍ରାଙ୍କ କ୍ୟାଟ୍ ଫାଇଟ୍। ଦାଣ୍ଡରେ ପଡି ହାଟରେ ଗଡୁଛି ଦୁହିଁଙ୍କ ଲଢ଼େଇ। ସର୍ବସାଧାରଣରେ ଶେର୍ଲିନ ରାଖୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ପରେ ଏବେ ରାଗି ଯାଇଛନ୍ତି ଡ୍ରାମା କୁଇନ୍। ଏପରିକି ସେ ଶେର୍ଲିନଙ୍କ ବିରୋଧରେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅପମାନଜନକ ଟିପ୍ପଣୀ କରିବା ଅଭିଯୋଗରେ ମୁମ୍ବାଇର ଏକ ପୁଲିସ ଷ୍ଟେସନରେ ରାଖୀ ସାୱନ୍ତ ଶେର୍ଲିନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।ନିକଟରେ ଶେର୍ଲିନ ମିଠୁ ଜରିଆରେ ଫିଲ୍ମ ନିର୍ମାତା ସାଜିଦ ଖାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ ପରେ ସାଜିଦ ଓ ରାଜ କୁନ୍ଦ୍ରାଙ୍କ ସମର୍ଥନରେ ବାହାରିଥିଲେ ରାଖୀ ସାୱନ୍ତ। ଏହା ପରେ ରାଖୀ ସାୱନ୍ତ ଏବଂ ଶେର୍ଲିନ ଚୋପ୍ରାଙ୍କ ମଧ୍ୟରେ ଅନେକ ହଟଚମଟ ମଧ୍ୟ ଦେଖିବାକୁ ମିଳିଥିଲା। ଦୁହେଁ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ। ଶେର୍ଲିନ କିଛି ଦିନ ପୂର୍ବରୁ ଫଟୋଗ୍ରାଫରଙ୍କ ଆଗରେ ତାଙ୍କୁ ପରିହାସ କରିଥିଲେ। ଏଥିସହ ରାଖୀଙ୍କ ୧୦ଟା ବୟଫ୍ରେଣ୍ଡ ଥିବା କହିଥିଲେ ଶେର୍ଲିନ। ଏହାକୁ ନେଇ ରାଖୀ ଏବେ ରାଗି ଯାଇଛନ୍ତି। ଶେର୍ଲିନଙ୍କ ବିରୋଧରେ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଶେର୍ଲିନ ତାଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣୀ କରିଥିବା ଯୋଗୁଁ ତାଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ତାଙ୍କ ବର୍ତ୍ତମାନର ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଶେର୍ଲିନ ଟଙ୍କା ପାଇଁ ନାମିଦାମୀ ପୁଅଙ୍କୁ ବ୍ଲାକମେଲ୍ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।