Breaking PLUSଦେଶମୁଖ୍ୟ ଖବର
ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲା, 2 ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାର ଅଭିଯୁକ୍ତ ଓ ଷଡ଼ଯନ୍ତ୍ରୀକାରୀ ଧରାପଡ଼ିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ବିସ୍ଫୋରଣ ଘଟାଇଥିବା ଅଭିଯୁକ୍ତ ସହ ଜଣେ ଷଡ଼ଯନ୍ତ୍ରକାରୀକୁ ପଶ୍ଚିମବଙ୍ଗରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଅବଦୁଲ ମଥିନ ତାହା ଓ ମୁସାବିର ଶାଜୀବ ହୁସୈନ ବୋଲି ଜଣାପଡ଼ିଛି।
ତଦନ୍ତକାରୀ ସଂସ୍ଥା ପ୍ରଥମେ ମୁଖ୍ୟ ଅଭିଯୁକ୍ତ ମୁସାବିର ଶାଜୀବ ହୁସୈନକୁ ଚିହ୍ନଟ କରିଥିଲା, ଯିଏ କି ବିସ୍ଫୋରଣ ଘଟାଇଥିଲା। ଏହି ମାମଲାର ଅନ୍ୟତମ ଷଡ଼ଯନ୍ତ୍ରକାରୀ ଅବଦୁଲ ମଥିନ ତାହାକୁ ମଧ୍ୟ ଚିହ୍ନଟ କରାଯାଇଛି, ଯିଏକି ଆହୁରି ବିଭିନ୍ନ ମାମଲା ସହ ଜଡ଼ିତ ଏବଂ ଏଜେନ୍ସି ଦୀର୍ଘଦିନ ଧରି ତାକୁ ଖୋଜୁଥିଲା।