ଏହି ମାମଲାକୁ ନେଇ ଗୁରୁ ଗ୍ରନ୍ଥ ସାହିବଙ୍କ ନିକଟରେ କ୍ଷମା ମାଗିଲେ ରଣଦୀପ୍

ଆଜି ମୁକ୍ତିଲାଭ କରିଛି ଅଭିନେତା ରଣଦୀପ ହୁଡାଙ୍କ ଷ୍ଟ୍ରିମିଂ ସୋ ‘କ୍ୟାଟ୍’ । ଏନେଇ ଶିଖ ଧର୍ମର ଧାର୍ମିକ ଗୁରୁ ଗ୍ରନ୍ଥ ସାହିବଙ୍କ ନିକଟରେ କ୍ଷମା ମାଗିଛନ୍ତି ଅଭିନେତା । ଏ ବାବଦରେ ସେ ଶେୟାର କରିବା ସହ ଏହା ପଛର କାରଣ ମଧ୍ୟ ଦର୍ଶାଇଛନ୍ତି ।
ସେ କହିଛନ୍ତି କି ଫିଲ୍ମ ‘ବ୍ୟାଟେଲ୍ ଅପ୍ ସାରାଗଢୀ’ରିଲିଜ ହେବା ପୂର୍ବରୁ କେଶ ଓ ଦାଢୀ ନକାଟିବାର ପ୍ରତିଶୃତି ପୂରା କରିପାରି ନଥିଲେ।ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ଅଟକି ରହିଛି।ଅକ୍ଷୟ କୁମାରଙ୍କ ଫିଲ୍ମ ‘କେସରୀ’ ୧୮୯୭ ମସିହାରେ ବ୍ରିଟିଶ ରାଜ ଏବଂ ଆଫଗାନିସ୍ତାନ ଆଦିବାସୀମାନଙ୍କ ମଧ୍ୟରେ ତିରାହ ଅଭିଯାନ ପୂର୍ବରୁ ଲଢେଇ ହୋଇଥିବା କାହାଣୀ ଉପରେ ଆଧାରିତ ହୋଇଥିଲା। ଏହା ସହିତ ରଣଦୀପ ଏହି ଫିଲ୍ମ ପାଇଁ କୃତଜ୍ଞତା ଜଣାଇଥିଲେ। ଯାହା ତାଙ୍କୁ ଶିଖ ଏବଂ ଶିଖ୍ ଧର୍ମକୁ ଅତି ନିକଟତର ଭାବେ ବୁଝିବାରେ ସାହାଯ୍ୟ କରିଥିଲା, କିନ୍ତୁ ଏହି ଚଳଚ୍ଚିତ୍ରଟି ବାସ୍ତବ ରୂପ ନ ଥିବାରୁ ଅଭିନେତାକୁ ଅନିଚ୍ଛାକୃତ ଭାବେ ଆଗକୁ ବଢିବାକୁ ପଡ଼ିଥିଲା।
ଅଭିନେତା କହିଛନ୍ତି, ‘ମୁଁ ବହୁତ ଖୁସି ଯେ ମୁଁ ଏପରି ଚମତ୍କାର ଅଭିନୟ ପାଇଛି, ଯାହାଙ୍କ ସହ ମୁଁ କାମ କରିବାର ସୁଯୋଗ ପାଇଲି। ମୁଁ ଅନ୍ୟ କିଛି ପାଇଁ ପ୍ରସ୍ତୁତ ହେଉଥିଲି, ତିନି ବର୍ଷ ଅନ୍ୟ କୌଣସି କାମ କରିନଥିଲି। ମୁଁ ସେଭ୍ କରିନଥିଲି। ମନ୍ଦିରରେ ଯାଇ ପ୍ରତଜ୍ଞା କରିଥିଲି ଯେ ମୁଁ ଯେପର୍ଯ୍ୟନ୍ତ ଏହି ଫିଲ୍ମ ପୂରା ନ କରିଛି ସେ ଯାଏଁ ଚୁଟି କାଟିବି ନାହିଁ। ହେଲେ ‘ମୋତେ ଜୀବନରେ ଆଗକୁ ବଢିବାକୁ ପଡିବ ଏବଂ ଏଥିପାଇଁ ମୁଁ ଏହି ଚଳଚ୍ଚିତ୍ରକୁ ନା କହିବାକୁ ଚେଷ୍ଟା କଲି, କିନ୍ତୁ ତା’ପରେ ମୁଁ ବହୁତ ଭାବିଲି ତାପରେ ମୁଁ ଗୁରୁଦ୍ୱାରକୁ ଗଲି ଏବଂ ସେଠାରେ କ୍ଷମା ମାଗିଲି, ତାପରେ ମୋର କେଶ କାଟିଥିଲି।