ଦେଶସ୍ୱତନ୍ତ୍ର

ରାଣିପୁର ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରକୁ ମିଳିଲା ଭାରତ ୫୩ତମ ବ୍ୟାଘ୍ର ସଂରକ୍ଷଣ ସ୍ଥାନର ମାନ୍ୟତା

ଉତ୍ତରପ୍ରଦେଶ ରାଣିପୁର ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରକୁ ମିଳିଲା ଭାରତ ୫୩ତମ ବ୍ୟାଘ୍ର ସଂରକ୍ଷଣ ସ୍ଥାନର ମାନ୍ୟତା । ଏନେଇ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଖୁସି ବ୍ୟକ୍ତ କରିବା ସହ ଟ୍ୱିଟ୍ କରି ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ‘ ମୋତେ ଆପଣଙ୍କୁ ସୂଚିତ କରି ଖୁସୀ ଲାଗୁଛି ଯେ ୟୁପି ରାଣିପୁର ବ୍ୟଘ୍ର ସଂରକ୍ଷଣକୁ ଭାରତ ୫୨ ତାମ ବ୍ୟାଘ୍ର ସଂରକ୍ଷଣର ମାନ୍ୟତା ମିଳିଛି।’ରାଣିପୁର ବ୍ୟାଘ୍ର ସଂରକ୍ଷଣ ‘ ୫୨୯.୩୬ ସ୍କୋୟାର କିମି(କୋର ଏରିଆ ୨୩୦.୩୨ ସ୍କୋୟାର କିମି, ଏବଂ ବଫର ଏରିଆ ୨୯୯.୦୫ ସ୍କୋୟରା କିମି) ରହିଛି।

ନୂଆ ବ୍ୟାଘ୍ର ସଂରକ୍ଷଣ ଆମକୁ ବ୍ୟାଘ୍ର ସଂରକ୍ଷଣ ଦିଗରେ ପ୍ରୋତ୍ସାହିତ କରିବ।’ଭାରତରେ ବ୍ୟାଘ୍ର ସଂରକ୍ଷଣ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଏହି ପ୍ରୋଜେକ୍ଟର ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଦେଶ ବାଘ ବଂଶବୃଦ୍ଧି ଓ ସେମାନଙ୍କର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆାଯାଉଛି।

 

Show More

Related Articles

Back to top button